ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଚିଲିକା ବିଧାନସଭାରୁ ପ୍ରାର୍ଥି କରିବାକୁ ବିଜେଡ଼ିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେବା ପରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ନିଜର ଶହ ଶହ ସମର୍ଥକଙ୍କୁ ନେ଼ଇ ଶଙ୍ଖ ଭବନ ସାମ୍ନାରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀରୁ ନିଜ ପ୍ରାର୍ଥିତ୍ଵକୁ ସୃଦୃଢ଼ କରିବାକୁ ରଘୁନାଥ ସାହୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି।
ଦୁଇ ଦିନ ତଳେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜେଡି ର ସମସ୍ତ ତୁଙ୍ଗ ନେତା ଓ କର୍ମୀ ମାନେ ଶଙ୍ଖ ଭବନରେ ଏକ ବୈଠକ କରି ପ୍ରସନ୍ନ ପାଟ୍ଟଶାଣୀଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ଵ ବିରୋଧରେ ଦୃଢ଼ ପ୍ରତିବାଦ ଜଣାଇଥିଲେ।
ରଘୁନାଥ ସାହୁଙ୍କର ଏହି ଯୁଦ୍ଧଂ ଦେହି ଡାକରା ବିଜୁ ଜନତା ଦଳକୁ ଅଡୁଆରେ ପକେଇଦେଇଛି।