ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ସହର ସମ୍ପୂର୍ଣ୍ଣ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ ଜଣେ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତକୁ ହତ୍ୟା ଘଟଣା ଚାରିଆଡ଼େ ଭୟର ଆତଙ୍କ ସୃଷ୍ଟି କରିଛି । ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟା ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ସେ କହିଛନ୍ତି ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ ଶତ୍ରୁତା ଜଣାପଡ଼ିଛି । ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚାଲିଛି, ତଦନ୍ତ ପରେ ସ୍ପଷ୍ଟ ହେବ । ସୂଚନା ଯୋଗ୍ୟ; ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ କୌଣସି କାମରେ ଗୁଡ଼ିଆସାହିକୁ ଯାଇଥିଲେ । କିନ୍ତୁ ରାବେଣି ଚଉରା ପାଖରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ବାହାରେ ଫିଙ୍ଗା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି । Post navigation ସ୍ନାନ ମଣ୍ଡପରେ ଅଣସେବାୟତ ଥିଲେ ହେବ କାର୍ଯ୍ୟାନୁଷ୍ଠାନ ଜାଲ୍ ସାର୍ଟିଫିକେଟ୍ ଦେଇ ଜିଡିଏସ ଚାକିରି ହାତେଇବା ଘଟଣା: ୫ ଗିରଫ