ପୁରୀରେ ରଥଟଣା ବେଳେ ଅଘଟଣ। ତାଳଧ୍ବଜ ରଥଟଣା ବେଳେ ଅଣନିଶ୍ବାସୀ ହୋଇ ଜଣଙ୍କ ମୃତ୍ୟୁ ହୋଇଛି। ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି ଯୋଗୁଁ ବହୁ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତଦାରଖ ।

ହେଲେ ଶ୍ରଦ୍ଧାଳୁଙ୍କ ପରିଚୟ ଜଣାପଡିନାହିଁ। ଉଦ୍ଧାରକାରୀ ଦଳ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହିନ୍ଦୀ ସ୍କୁଲ ଛକ ପାଖରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା। ଆହତ ଶ୍ରଦ୍ଧାଳୁଙ୍କୁ ନିକଟସ୍ଥ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *