Puri Admin Cancels Officials’ Leave till 4th January In View Of New Year Rush
ଆଜି, ୩୦ ଡିସେମ୍ବର ଠାରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ୨୦୨୬ ନୂଆବର୍ଷରେ ପୁରୀରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି, ସମସ୍ତ ସରକାରୀ ଅଧିକାରୀଙ୍କୁ ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । 
 
ଏହାସହିତ ୭୦ ପ୍ଲାଟୁନ ଫୋର୍ସ ସମେତ ନୂଆବର୍ଷ ଲାଗି କଡ଼ା ସୁରକ୍ଷା ବଳୟ ଭିତରେ ରହିବ ପୁରୀ ସହର । ଟ୍ରାଫିକ୍ ଓ ମନ୍ଦିର ଭିତରେ ଲଗାଯାଇଛି ସିସିଟିଭି । ପାଖାପାଖି ୩୪୪ ଟି କ୍ୟାମେରା ଲାଗିଛି ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି ।
 
ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।ଏହାସହିତ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରବେଶ ପଥରେ କଡାକଡି ଯାଞ୍ଚ ସହ ପାର୍କିଂ ଉପରେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇଥିବା କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ ।
 

By Nirvay

Leave a Reply

Your email address will not be published. Required fields are marked *