ଆଜି ବିଧାସଭା ଗୃହରେ ଉଠିଲା ଆଳୁ ପ୍ରସଙ୍ଗ । ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେ କହିଛନ୍ତି ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ପୂର୍ବ ସରକାର ଶୀତଳଭଣ୍ଡାର ଦାୟିତ୍ଵ ଅର୍ଥତତ୍ତ୍ଵ ଭଳି ଚିଟ୍ଫଣ୍ଡ କମ୍ପାନିକୁ ଦେଇଦେଲେ । ସେମାନେ ସେହି ଜମିକୁ ବନ୍ଧା ପକାଇ ଅଲଗା କାମ କଲେ । ଏଥିପାଇଁ ଆଳୁ ସଂରକ୍ଷଣରେ ଘୋର୍ ସମସ୍ୟା ଦେଖାଦେଉଛି । ଏହା ସହ ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି କାର୍ଯ୍ୟକ୍ଷମ ରହିଥିବାରୁ ଆଳୁ ସଂରକ୍ଷଣରେ ସମସ୍ୟା ଦେଖାଦେଉଛି । ତେଣୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ୫୮ ବ୍ଲକ୍ରେ ପିପିପି ମୋଡ଼ରେ, ହାଇବ୍ରିଡ଼ ମୋଡ଼ରେ ଶୀତଳ ଭଣ୍ଡାର ଲାଗି ଆହ୍ୱାନ କରାଯାଇଛି । ଏହା ସହ ବାଲେଶ୍ବର ଜିଲ୍ଲାର ସମସ୍ତ ବ୍ଲକ ଯଥା ବାଲେଶ୍ବର, ରେମୁଣା, ବସ୍ତା, ଜଳେଶ୍ବର, ଭୋଗରାଇ, ବାଲିଆପାଳ, ସୋର, ଶିମୁଳିଆ, ଖଇରା, ନିଳଗିରିରେ ଆଳୁ ଚାଷ ପାଇଁ ଆଳୁ ବିହନ ଯୋଗାଇ ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଆଳୁ ସଙ୍କଟ ସମୟରେ ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ ଓଡିଶା ସରକାର ଆଳୁ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର । ଆଗାମୀ ଦିନରେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ କିପରି ନିର୍ଭର କରିବାକୁ ପଡ଼ିବ ନାହିଁ ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । କଂଗ୍ରେସ ବିଧାୟକ କଡାମଙ୍କ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରବି ଋତୁରେ ଆଳୁ ଚାଷ ପାଇଁ ମୋଟ ଖର୍ଚ୍ଚ ହୋଇଛି ୬୪ କୋଟି ଟଙ୍କା । ୧୫ ହଜାର ୨୩ ହେକ୍ଟରରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଆଳୁ ଚାଷ କରିବା ସଙ୍ଗେ ସଙ୍ଗେ ତାକୁ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି । Post navigation ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ