ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସେଠାରେ ଭବ୍ୟ ସ୍ବାଗତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ରାଉରକେଲା ଯିବେ ରାଷ୍ଟ୍ରପତି।

ପ୍ରାୟ ୧୫୮ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ। ପ୍ଲାନେଟାରିୟମ୍ ଏବଂ ସାଇନ୍ସ ସେଣ୍ଟରର ଉଦଘାଟନ କରିବେ। ଆଦିବାସୀ ସଂଗ୍ରହାଳୟ, ନିର୍ମଳ ମୁଣ୍ଡା ପ୍ରବେଶ ପଥର ଶୁଭାରମ୍ଭ କରିବେ। ଏହା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ ଓ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ବଡ଼ ଉପହାର ହେବ ।

ପ୍ଲାନେଟାରିୟମ୍‌ରେ ଅତ୍ୟାଧୁନିକ ଡିଜିଟାଲ୍ ପ୍ରୋଜେକ୍ସନ ସିଷ୍ଟମ୍ ମାଧ୍ୟମରେ ମହାକାଶ, ଗ୍ରହ-ନକ୍ଷତ୍ର ସମ୍ପର୍କରେ ଶିକ୍ଷା ଦିଆଯିବ। ଏହା ସହ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀ ଶହୀଦ ନିର୍ମଳ ମୁଣ୍ଡାଙ୍କ ସ୍ମୃତିରେ ନିର୍ମିତ ‘ନିର୍ମଳ ମୁଣ୍ଡା ପ୍ରବେଶ ପଥ’ର ମଧ୍ୟ ଉଦ୍‌ଘାଟନ କରିବେ । ରାଉରକେଲା ସହରର ଏକ ପ୍ରମୁଖ ଛକୁ ଏହି ନାମରେ ନାମିତ କରାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ସହରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଥିରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହେବାର ଆଶା କରାଯାଉଛି। ବିମାନ ବନ୍ଦର ପଡ଼ିଆରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀଙ୍କ ବସିବାର ବ୍ୟବସ୍ଥାକରାଯାଇଛି । ଏଥିରେ ରାଉରକେଲା ସହର ସମେତ ବିଭିନ୍ନ ସ୍ଥାନରୁ ୩ ହଜାର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

Leave a Reply

Your email address will not be published. Required fields are marked *