ସକାଳୁ ସକାଳୁ ପୁରୀ ବେଳାଭୂମିରେ ମହାମହିମ କରିଛନ୍ତି ମର୍ଣ୍ଣିଂ ୱାକ୍ । ଆଜି ଭୋରରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିଛନ୍ତି । ତାଙ୍କ ସାଙ୍ଗରେ ଥିଲେ ସୁରକ୍ଷା କର୍ମୀ । କଡା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ବେଳାଭୂମିରେ କିଛି ସମୟ ଅତିବାହିତ କରି ରାଜଭବନ ଅଭିମୁଖେ ଯାଇଛନ୍ତି । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ନଥିଲା । ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା କରିଥିଲେ ଅନେକ ଲୋକ ।

Leave a Reply

Your email address will not be published. Required fields are marked *