ମହିଳା ପଦ୍ମ ପୁରସ୍କାର ବିଜେତାଙ୍କୁ ନେଇ ଆୟୋଜିତ ‘ହର୍ ଷ୍ଟୋରି- ମେରି ଷ୍ଟୋରୀ’ କାର୍ଯ୍ୟକ୍ରମରେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ରାଷ୍ଟ୍ରପତି ଭବନରେ ବ୍ୟାଡମିଣ୍ଟନ କୋର୍ଟରେ ବ୍ୟାଡମିଣ୍ଟନ ଖେଳିଛନ୍ତି ମହାମହିମ । ହାତରେ ରାକେଟ୍ ଧରି ପେଶାଦାର ଖେଳାଳିଙ୍କ ପରି ବେଶ କିଛି ସମୟ ଖେଳିଥିଲେ ରାଷ୍ଟ୍ରପତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ବିଶ୍ୱ ମଞ୍ଚରେ ମହିଳା ଖେଳାଳିମାନେ ବଡ଼ ପ୍ରଭାବ ପକାଉଥିବା ବେଳେ ଭାରତ ଏକ ବ୍ୟାଡମିଣ୍ଟନ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି । ଆଉ ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ବ୍ୟାଡମିଣ୍ଟନ ଖେଳ ଏକ ପ୍ରେରଣାଦାୟକ ପଦକ୍ଷେପ ।

Leave a Reply

Your email address will not be published. Required fields are marked *