ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଝାଡ଼ଖଣ୍ଡର ରାଞ୍ଚିରେ ଅବତରଣ କଲା ପରେ ସେଠାରୁ ଏକ ହେଲିକପ୍ଟରରେ ଆସି ହେଲିପ୍ୟାଡରେ ଐତିହାସିକ ଖିଚିଂରେ ପହଞ୍ଚିଛନ୍ତି। ଖିଚିଂରେ ପହଞ୍ଚିଲା ପରେ ମା’ କିଚକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏହା ପୂର୍ବରୁ ଖିଚିଂରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା। ଖିଚିଂର ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରସାଦରେ ରହିଛି ଖେଚୁଡ଼ି, କାନିକା, ଅରୁଆ ଭାତ, ବେଶର, ଲେଉଟିଆ ସାଗ, ଖଟା, ପାଏସ, କ୍ଷୀରା ଓ ବଡ଼ି ଚୁୁରା। ଖିଚିଂରେ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବା ପରେ ସେଠାରୁ ପାଣ୍ଡରଶୀଳସ୍ଥ ଅସ୍ଥାୟୀ ହେଲିପ୍ୟାଡରୁ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ୪.୪୫ରେ ଅବତରଣ କରିବା ପରେ ୦୫.୧୫ରେ ରାଇରଙ୍ଗପୁର ନିକଟସ୍ଥ ମହୁଲଡ଼ିହା କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ସତନ୍ତ୍ର ହୋଲିଡେ ହୋମ୍ର ଶିଳାନ୍ୟାସ କରିଛନ୍ତି।ମନ୍ଦିର ପରିସର ମ୍ୟୁଜିୟମ ଦେଖି ନ ପାରିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ମହାମହିମ। ମ୍ୟୁଜିୟମ ବନ୍ଦ ଥିବାରୁ ଦେଖିପାରିଲେନି ରାଷ୍ଟ୍ରପତି। ସୂଚନା ଅନୁଯାୟୀ କାମ ହେବାକୁ ଥିବାରୁ ମ୍ୟୁଜିୟମ ବନ୍ଦ ଅଛି କହିଥିଲେ ଉପଜିଲ୍ଲାପାଳ। ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଦୁଇ ଲ୍ୟାନ୍ ବିଶିଷ୍ଟ ବାଇପାସ୍ ରାସ୍ତା, ରାଇରଙ୍ଗପୁରରୁ ଯଶିପୁର ପର୍ଯ୍ୟନ୍ତ ୨୨୦ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ପ୍ରଶକ୍ତୀକରଣ ପ୍ରକଳ୍ପର ଶିଳାନ୍ୟାସ, ବାଇଦାପୋଷି ନିକଟରେ ଉପଖଣ୍ଡରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ସ୍ପୋର୍ଟସ କମ୍ପଲେକ୍ସ ଓ ଏସଟି ଏସ୍ସି ରିସର୍ଚ୍ଚ ସେନ୍ଟର୍ (ଆଦିବାସୀ ସଂଗ୍ରହାଳୟ) ନିର୍ମାଣ ନିମନ୍ତେ ଅଭାଷୀ ଜରିଆରେ ଶିଳାନ୍ୟାସ କରିଛନ୍ତି ତାସହିତ ବଡସାହିସ୍ଥ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ ଆଭାଷୀ ମାଧ୍ୟମରେ କରିଛନ୍ତି ବୋଲି ସୂଚନା ମିଳିଛି। ପରେ ସନ୍ଧ୍ୟା ୬ ଘଟିକାରେ ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ସନ୍ଧ୍ୟା ୬.୩୦ରୁ ୭ଟା ପର୍ଯ୍ୟନ୍ତ କିଛି ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା। ସାକ୍ଷାତ କାର୍ଯ୍ୟକ୍ରମ ପରେ ମହୁଲଡିହାସ୍ଥ ନିଜ ବାସଭବନରେ ପରିବାର ସହିତ ରାତ୍ରଭୋଜନ କରିବା ପରେ ରାତ୍ରୀଯାପନ କରିବେ। Post navigation ବଦଳିଲେ ପୁରୀ, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାପାଳ; ବିଜୟ କୁମାର ଦାସ ନୂଆ CMC କମିଶନର ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅନୀଲ ବିଶ୍ଵାଳ