ଜାପାନରେ ଚାଲିଥିବା ୨୦୨୬ ଏସୀୟ ପାରା ଗେମ୍ସରେ ଓଡ଼ିଶାର ନାମ ପୁଣି ଥରେ ଉଜ୍ଜ୍ୱଳ କରିଛନ୍ତି ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ୍‌ର ପୁରୁଷ SL-3 ଇଭେଣ୍ଟରେ ପ୍ରମୋଦ ଭଗତ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ବିଜୟ ସହ ଚଳିତ ପାରା ଏସିଆନ୍ ଗେମ୍ସରେ ସେ ତାଙ୍କର ଦ୍ୱିତୀୟ ପଦକ ନିଜ ନାମରେ କରିଛନ୍ତି।

ଏହି ଇଭେଣ୍ଟରେ ନୀତେଶ କୁମାର ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବାଜି ମାରିନେବା ସହ ସ୍ୱର୍ଣ୍ଣ ପଦକ କବଜା କରିଥିଲେ, ଯାହା ଫଳରେ ପ୍ରମୋଦଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ନୀତେଶ କୁମାର ୨୧-୧୮, ୨୧-୧୬ ସିଧାସଳଖ ଗେମ୍‌ରେ ପ୍ରମୋଦ ଭଗତଙ୍କୁ ପରାସ୍ତ କରି ଟାଇଟଲ୍ ଜିତିଛନ୍ତି। ତଥାପି ବିଶ୍ୱସ୍ତରୀୟ ମଞ୍ଚରେ ତାଙ୍କର ଏହି କ୍ରମାଗତ ସଫଳତା ସାରା ଓଡ଼ିଶାବାସୀଙ୍କ ମନରେ ଉତ୍ସାହ ଓ ଗର୍ବ ଭରିଦେଇଛି।

ପ୍ରମୋଦଙ୍କ ଏହି ପଦକ ଅଭିଯାନ କେବଳ ଏତିକିରେ ସୀମିତ ନଥିଲା, କାରଣ ଗୁରୁବାର ଅନୁଷ୍ଠିତ ମିକ୍ସଡ୍ ଡବଲ୍ସ ଇଭେଣ୍ଟରେ ମଧ୍ୟ ସେ ମନୀଷା ରାମଦାସଙ୍କ ସହ ଯୋଡ଼ି ବାନ୍ଧି ଭାରତ ପାଇଁ ଏକ ମୂଲ୍ୟବାନ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ।

Leave a Reply

Your email address will not be published. Required fields are marked *