ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ମିଳିଲା ନୂଆ ଦାୟିତ୍ବ। ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ହେଲେ ନିଯୁକ୍ତ ପ୍ରଫୁଲ୍ଲ ସାମଲ । ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ୨୦୧୭ ଏପ୍ରିଲ ମାସରେ ବିଜେଡି ପ୍ରଥମ ଥର ପାଇଁ ନିଜର ଶ୍ରମିକ ସାମ୍ମୁଖ୍ୟ ଗଠନ କରିଥିଲା । ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ୧୯୭୧ ମସିହାରେ ଓଡ଼ିଶାର ରାଜନୀତିରେ ଯୋଗ ଦେଇଥିଲେ ।୧୯୯୦, ୧୯୯୫ ଓ ୨୦୦୧ (ଉପ) ନିର୍ବାଚନରେ, ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୬,୨୧୪ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ସୀତାଂଶୁ ଶେଖର ମହାପାତ୍ରଙ୍କ ଠାରୁ ୧୬,୦୬୮ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ । Post navigation ମନ୍ତ୍ରୀମାନଙ୍କୁ ବିଭାଗ ବାଣ୍ଟିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ୍; ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ