ବିଜେଡିରୁ ବିଦା ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ଇସ୍ତଫା ଦେବା ପରେ ଦଳରୁ ନିଲମ୍ୱନ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି । ନିଲମ୍ୱନ ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ସେ କହିଛନ୍ତି ମୁଁ ଇସ୍ତଫା ଦେବା ପରେ ମୋତେ ସସପେଣ୍ଡ କରାଯାଇଛି । ଦଳକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆକ୍ସନ୍ ନେଇଥାଇପାରନ୍ତି । ଏ ନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଜଣାଇଥିଲି । ବିଜେଡିର କୌଣସି ସାଂଗଠନିକ କାର୍ଯ୍ୟରେ ମୁଁ ଯୋଗ ଦେଉନଥିଲି ।ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବି । ଏବେ କେଉଁ ଦଳକୁ ଯିବା ପାଇଁ ମନ ସ୍ଥିର କରିନାହିଁ । ଅନ୍ୟପଟେ ନିଲମ୍ୱନ ନେଇ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଦଳ ଆମ ପାଇଁ ବଡ଼, ବ୍ୟକ୍ତି ନୁହେଁ । ଦଳରେ ନାହାଁନ୍ତି ବୋଲି କହୁଥିଲେ ପ୍ରଫୁଲ୍ଲ କୁମାର ମଲ୍ଲିକ ।ଟେଲିଫୋନରେ ଇସ୍ତଫା ନେଇ ପ୍ରଦୀପ ଅମାତଙ୍କୁ ଜଣାଇଥିଲେ । ସୂଚନା ଯୋଗ୍ୟ; ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗରରୁ ଚାରି ଥର ବିଧାୟକ ହେବା ସହିତ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ । ଦଳକୁ ସୁସଙ୍ଗଠିତ କରିବାକୁ ପ୍ରଫୁଲ୍ଲ ଗତକାଲି ପରାମର୍ଶ ଦେଇଥିଲେ । ସେ ଦୀର୍ଘ ଦିନ ହେବ ଦଳର କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । କେବଳ ଜଣେ ସଦସ୍ୟଭାବେ କାର୍ଯ୍ୟ କରୁଥିଲେ । ଦଳ ଯଦି ପୂର୍ବ ବିଚାରଧାରାରେ ନ ଚାଲେ ତେବେ ସେ ଦୂରେଇ ଯିବେ ବୋଲି ଚେତାବନୀ ଦେଇଥିଲେ । କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କୁ ନିଲମ୍ବନ କରାଯାଇଛି । Post navigation ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ୍