ଓଡ଼ିଶାକୁ ଆଳୁ ଯୋଗାଣ ଲାଗି ସମାଧାନର ସୂତ୍ର ବାହାରିବା ପରେ ଏବେ ସ୍ୱାଭାବିକ ହେବ ଦର। ବ୍ୟବସାୟୀଙ୍କ ଧର୍ମଘଟ ପରେ ନଇଁଲେ ପଶ୍ଚିମବଙ୍ଗ ସରକାର। ଆଜି ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡିଶା ପହଞ୍ଚିବ। ଆଇଗିଣିଆରେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ବିହାରର ଆଳୁ ପହଂଚିଛି। ଆଳୁ ସଙ୍କଟ ଟଳିଥିବାରୁ ଏବେ ଓଡ଼ିଶାବାସୀ ଆଶ୍ବସ୍ତି ଲାଭ କରିଛନ୍ତି। ଦୀର୍ଘଦିନ ଧରି ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ ଯୋଗୁଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେବା ସହ ଦର ବୃଦ୍ଧି ହୋଇଥିଲା। ଏହାର ସୁଯୋଗ ନେଇ କେତେକ ବ୍ୟବସାୟୀ କଳାବଜାରୀ ମଧ୍ୟ କରୁଥିଲେ। ଏବେ ସମାଧାନର ବାଟ ଫିଟିଛି।

Leave a Reply

Your email address will not be published. Required fields are marked *