ଗୁଜରାଟ ମଡେଲ୍‌ରେ ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ପାଇଲଟ୍‌ ପ୍ରୋଜେକ୍ଟରେ ଖୋଲିବ ୩୫ଟି ପୋଷଣ କେନ୍ଦ୍ର । ଏହା ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି । ପୋଷଣ କେନ୍ଦ୍ର ଗରିବ, ମଧ୍ୟବିତ୍ତଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାରେ ସାହାଯ୍ୟ କରିବ। ପୋଷଣ କେନ୍ଦ୍ରରେ ଡାଲି, ଚାଉଳ, ଅଟା, ତେଲ ଆଦି ମିଳିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବ୍‌ସିଡି ଦେବେ । ଏନେଇ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଗୁଜରାଟ ଯିବ ।

Leave a Reply

Your email address will not be published. Required fields are marked *