ରାଉରକେଲା : ଆଜି ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ତାଙ୍କ କିଛି କର୍ମୀଙ୍କୁ ନେଇ ବୁଥ୍ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ବୁଥ୍‌ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ସାଧାରଣ ଲୋକେ ବିରୋଧ କରିଥିଲେ । ସାରଦାଙ୍କ ସହ ସମର୍ଥକଙ୍କ ଉପସ୍ଥିତିକୁ ନେଇ ଘଟଣାସ୍ଥଳରେ ନେଇ ପାଟିତୁଣ୍ଡ, ଉତ୍ତେଜନା ହୋଇଥିଲା । ବୁଥ୍‌ରେ ଉତ୍ତେଜନା ପରେ ସାରଦାଙ୍କୁ ଅନ୍ୟତ୍ର ନେଇଗଲେ ବୁଥ୍‌ରେ ମୁତୟନ ଥିବା ପୋଲିସ କର୍ମଚାରୀ ।
ରାଉରକେଲା ଗୋପବନ୍ଧୁପାଲି ହାଇସ୍କୁଲରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ବୁଥ୍‌ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ଆସିବାପରେ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ପାଇଁ ଉତ୍ତେଜନା ପରିବେଶ ସୃଷ୍ଟି ହୋଇଥିଲା । ତେବେ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ପୋଲିସ ହେପାଜତକୁ ନେଇନଥିବା କହିଲେ ସିଇଓ । ଉତ୍ତେଜନା ଥିବାରୁ ପୋଲିସ ସାରଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।

By SonaliP

Leave a Reply

Your email address will not be published. Required fields are marked *