ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଘରେ ପୋଲିସ । ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ବିରୋଧରେ ହତ୍ୟା ଧମକ ଦେଇଥିବା ଅଭିଯୋଗ। ଓଡ଼ିଶା ସରକାରୀ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗ ପରେ ନର୍ଲା ବିଜେଡି ବିଧାୟକ ମନୋରମା ମହାନ୍ତିଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତି ଓରଫ ମୁନା ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ହତ୍ୟା ଧମକ ମାମଲା ରୁଜୁ ହୋଇଥିବା ନେଇ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପୋଲିସ ପହଞ୍ଚିଲା ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଗତ ୧୫ ମାର୍ଚ୍ଚ ୨୦୨୬ ତାରିଖରେ ନର୍ଲା ଥାନାରେ ପି.ଏସ୍ କେସ ନମ୍ବର ୭୨/୨୬ ରେ ମାମଲା ରୁଜୁ ହୋଇଛି। ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୨୨୧, ୨୨୪, ୩୫୧(୨) ଏବଂ ୩୫୧(୩) ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ; ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କ ଦ୍ୱାରା ନର୍ଲା ବ୍ଲକର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଛି। ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆସିଛି। ଅନ୍ୟପଟେ ଅଭିଯୋଗ ସମ୍ପର୍କରେ ମନୋରମା ମହାନ୍ତି କିମ୍ବା ତାଙ୍କ ସ୍ୱାମୀଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ମିଳିନାହିଁ।ଅଧିକ ତଦନ୍ତ ଜାରି ରହିଛି। Post navigation Tilagarh MLA Fires in Air: ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନାଁରେ ମାମଲା ରୁଜୁ, ପିଏସ୍ଓ ସସ୍ପେଣ୍ଡ