ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଚଢ଼ାଉ । ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ। ନୂଆପଡ଼ା ଖରିଆର୍ ରୋଡ୍ ରେ ରହୁଥିବା ଘରେ ପୋଲିସର ଚଢ଼ାଉ କରୁଛି ପୁଲିସ। ଘରେ ପ୍ରୀତିରଞ୍ଜନ ନଥିବାରୁ ପୋଲିସ ଫେରି ଆସିଥିବା ଜଣାପଡ଼ିଛି । ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବାଦରେ ବିଜେଡି କର୍ମୀଙ୍କ ହୋହଲ୍ଲା, ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ; ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲ୍ଲାରେ ଗାଁ ଠୁ ସହର ଚଳଚଞ୍ଚଳ ହୋଇଛି। ଦିନ ରାତି ଏକ କରି ତିନି ପ୍ରମୁଖ ଦଳ ଏବେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜ ସମର୍ଥକଙ୍କ ସହ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ରଖିଛନ୍ତି। ଏହାରି ଭିତରେ ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି। ପ୍ରୀତିରଞ୍ଜନଙ୍କ ନୂଆପଡା ଖରିଆର୍‌ ରୋଡରେ ଥିବା ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *