ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ଓ ସୁପରିଚାଳନା ନିମନ୍ତେ ଡିଜିପିଙ୍କ ବୈଠକ । ଟାଉନ୍ ହଲରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଡିଜିପିଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ପ୍ରଶାସନର ସମସ୍ତ ବରିଷ୍ଠ ଅଧୂକାରୀଙ୍କୁ ନେଇ ବୈଠକ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଧ୍ୟ ଉପସ୍ଥିତ ରହିଥିଲେ ।

ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି । ଏହା ଛଡା ରଥଯାତ୍ରା ପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ଏହାକୁ ଦୃଷ୍ଟିରେ ରଖି ଭକ୍ତିଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ ଓ ଟ୍ରାଫିକ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ଉପରେ ବୈଠକରେ ଗୁରୁତ୍ବ ଦିଆାଇଥିବା ସୂଚନା ମିଳିଛି । ସୁରକ୍ଷା ଦାୟିତ୍ଵରେ ସମୁଦାୟ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *