ସମ୍ବଲପୁରରେ ଏନକାଉଣ୍ଟର। ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଗୋ ଚାଲାଣକାରୀ ଙ୍କୁ ସମ୍ବଲପୁର ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ଗୋଚାଳାଣ କରୁଥିବା ୨ ଜଣ ଅଭିଯୁକ୍ତ ଆହତ । ଆହତଙ୍କୁ ବୁର୍ଲା ଭିମସାର ମେଡିକାଲ ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନେଇ ସୂଚନା । ପୋଲିସ ଘଟଣା ସ୍ଥଳରୁ ବନ୍ଧୁକ ଓ ଚାରିଟି ଗୁଲିର ଖୋକା ଏବ ପଶ୍ଚିମବଙ୍ଗ ରାଜ୍ୟ ନମ୍ବର ଥିବା ଗାଡି ଜବତ କରିଛି। ସୂଚନା ଯୋଗ୍ୟ; ଗୋ ଚାଲାଣକାରୀ ମାନେ ଏକ କଣ୍ଟେନରରେ ତିରିଶ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଚାଲାଣ କରିକି ନେଉଥିବା ନେଇ ଯାଉଥିବା ସୂଚନା ମିଳିବା ପରେ ମଙ୍ଗଳବାର ଭୋର ସକାଳୁ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଗୋ ଚାଲାଣକାରୀଙ୍କୁ ପୋଲିସ ପିଛା କରୁଥିବା ବେଳେ ପୋଲିସ ଉପରକୁ ପ୍ରଥମେ ଗୋ ଚାଲାଣକାରୀ ଦୁଇ ଜଣ ଅଭିଯୁକ୍ତ ୩ ରାଉଣ୍ତ ଗୁଳି ଚଳାଇଥିଲେ । ପୋଲିସ ପାଲଟାରେ ପାଞ୍ଚ ରାଉଣ୍ତ ଗୁଲି ଚଳାଇଥିଲେ । ଏଥିରେ ଦୁଇ ଗୋ ଚାଲାଣକାରୀଙ୍କ ବାମ ଓ ଜଣକ ଡାହାଣ ଗୋଡରେ ଗୁଲି ବାଜିବାରୁ ସେମାନେ ଆହତ ହୋଇଥିବା ବେଳେ ସେମାନଙ୍କୁ ଭିମସାର ମେଡିକାଲ ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ପୋଲିସ ଘଟଣା ସ୍ଥଳରୁ ବନ୍ଧୁକ ଓ ଚାରିଟି ଗୁଲିର ଖୋକା ଏବ ପଶ୍ଚିମବଙ୍ଗ ରାଜ୍ୟ ନମ୍ବର ଥିବା ଗାଡି ଜବତ କରିଛି। ତେବେ ଗୋ ଚାଲାଣକାରୀ ମାନେ ଏକ କଣ୍ଟେନରରେ ତିରିଶ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଚାଲାଣ କରିକି ନେଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। Post navigation ଓଡ଼ିଶା ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ: କଂଗ୍ରେସ ଚାଲିଛି ପାହାଡ଼ ଲୁଟ.. ବଦଳୁନି କିଛି