ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରିତ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହା କାର୍ଯ୍ୟକ୍ରମର ୧୩୨ତମ ସଂସ୍କରଣ ଏବଂ ୨୦୨୬ ବର୍ଷର ତୃତୀୟ ପ୍ରସାରଣ। ଏହି ସମୟରେ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥ ଓ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳାଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓମ୍ ପ୍ରକାଶଙ୍କ ପଦକ୍ଷେପକୁ ପ୍ରଶଂସା କଲେ କଲେ ମୋଦି। ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବାର ଉପାୟ ଉପରେ ଓଡ଼ିଶାର କେନ୍ଦ୍ରାପଡ଼ାରୁ ଓମ ପ୍ରକାଶ ରଥଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ହୀରାକୁଦ ଡ୍ୟାମରେ ମାଛ ଚାଷରେ ସଫଳତା ପାଇଥିବାରୁ ସୁଜାତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାର ସମ୍ବଲପୁରର ସୁଜାତା ଭୂୟାଁଙ୍କ ପ୍ରଶଂସା କରି ତାଙ୍କ ଗୃହିଣୀରୁ ସଫଳ ମାଛ ଚାଷୀ ହେବା ପର୍ଯ୍ୟନ୍ତ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି, ମତ୍ସ୍ୟ ଏବଂ ସାମୁଦ୍ରିକ ଶୈବାଳ କ୍ଷେତ୍ରରେ ନୂତନ ନୂତନ ଉଦ୍ଭାବନ ଘଟୁଛି, ଏବଂ ଆମର ମତ୍ସ୍ୟଜୀବୀମାନେ ସ୍ୱାବଲମ୍ବୀ ହେଉଛନ୍ତି। ଓଡ଼ିଶାର ସମ୍ବଲପୁରର ସୁଜାତା ଭୂୟାଁ ତାଙ୍କ ପରିବାରକୁ ପ୍ରତିପୋଷଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାରରେ ମାଛ ଚାଷ କରିଥିଲେ। ମାତ୍ର ଦୁଇ କିମ୍ବା ତିନି ବର୍ଷ ମଧ୍ୟରେ ସେ ତାଙ୍କ ପ୍ରୟାସକୁ ଏକ ସମୃଦ୍ଧ ବ୍ୟବସାୟରେ ପରିଣତ କରିଥିଲେ। ପାଗ ପରିବର୍ତ୍ତନ, ମାଛ ଖାଦ୍ୟ ବ୍ୟବସ୍ଥା କରିବା ଏବଂ ପରିବାରର ଦାୟିତ୍ୱ ସନ୍ତୁଳିତ କରିବା ଭଳି ଚ୍ୟାଲେଞ୍ଜ ସତ୍ତ୍ୱେ, ସୁଜାତା ଅଟଳ ରହିଲେ ଏବଂ ଦୁଇରୁ ତିନି ବର୍ଷ ମଧ୍ୟରେ ତାଙ୍କ ପ୍ରୟାସକୁ ଏକ ସମୃଦ୍ଧ ବ୍ୟବସାୟରେ ପରିଣତ କଲେ। ମୋଦି ତାଙ୍କ ସଫଳତାକୁ ପ୍ରେରଣାର ଉତ୍ସ ଏବଂ ତାଙ୍କ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ “ନୂତନ ଆଶାର କିରଣ”। ହୀରାକୁଦ ଜଳଭଣ୍ଡାରରେ କେଜ୍ କଲଚର ମାଧ୍ୟମରେ ମାଛ ଚାଷ କରିଥିବା ବେଳେ ସେ ୧୫ ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ୩ଟି କେଜ୍ ବା ଯନ୍ତାରେ ସେ ୫୪ ଲକ୍ଷ ଟଙ୍କା ନିବେଶ କରିବା ସହ ବର୍ଷକୁ ଗୋଟିଏ ଯନ୍ତାରେ ୨୫ ଟନ୍ ମାଛ ଉତ୍ପାଦନ କରିପାରୁଛନ୍ତି । ତାଙ୍କ ଯନ୍ତାରୁ ବାହାରୁଥିବା ମାଛ ସବୁ ରାୟପୁର, ବିଜୟଓ୍ବାଡା ଓ କଲିକତା ସମେତ ବିଭିନ୍ନ ରାଜ୍ୟକୁ ରପ୍ତାନୀ ହେଉଛି । ଯୁଦ୍ଧ ପରି ପରିସ୍ଥିତି ସମେତ ସମ୍ବେଦନଶୀଳ ପରିସ୍ଥିତିରେ ଗୁଜବ ପ୍ରସାରଣ ବିରୁଦ୍ଧରେ ମଧ୍ୟ ମୋଦି ନାଗରିକମାନଙ୍କୁ ସତର୍କ କରାଇଥିଲେ ଏବଂ ସୂଚନା ପାଇଁ କେବଳ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ ଅନୁରୋଧ କରିଥିଲେ। ଏହା ସହିତ, ସେ ଚାଲିଥିବା ସଙ୍କଟ ମଧ୍ୟରେ ଭାରତୀୟ ନାଗରିକଙ୍କୁ ସମର୍ଥନ କରିବା ପାଇଁ ଉପସାଗରୀୟ ଦେଶଗୁଡ଼ିକୁ ଧନ୍ୟବାଦ ଜଣାଇଥିଲେ। Post navigation Police At MLAs Residence: ବିଜେଡି ବିଧାୟିକାଙ୍କ ଘରେ ପୋଲିସ Minor Girl Tortured In BBSR: ଭୁବନେଶ୍ୱରରେ ନାବାଳିକାକୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ; ଘର ମାଲିକ ଅଟକ