ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳି ମାଡ଼ ହୋଇଛି। ପେନସିଲଭାନିଆରେ ଟ୍ରମ୍ପଙ୍କ ରାଲି ସମୟରେ ଗୁଳି ମାଡ଼ ହୋଇଛି। ଟ୍ରମ୍ପଙ୍କ କାନରେ ଗୁଳି ବାଜି ରକ୍ତସ୍ରାବ ହୋଇଥିବା ଭାଇରାଲ ହୋଇଥିବା ଦେଖିବାକୁ ମିଳୁଛି। ରାଲିରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ଜଣେ ବନ୍ଧୁକଧାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗୁଳି ବିନିମୟ ମାମଲାରେ ସିବିଏସ୍ଇ ନ୍ୟୁଜ୍ ରିପୋର୍ଟ କରିଛି ଯେ, ଆମେରିକାର ସିକ୍ରେଟ ସର୍ଭିସ୍ ଏଜେଣ୍ଟମାନେ ଗୁଳି ମାଡ଼ ପରେ ତୁରନ୍ତ ମଞ୍ଚରୁ ଟ୍ରମ୍ପଙ୍କୁ ଓହ୍ଲାଇ ଦେଇଥିଲେ।

ଏହି ଆକ୍ରମଣକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୋର ବନ୍ଧୁ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ମୋତେ ଗଭୀର ଭାବେ ଚିନ୍ତିତ କରିଛି। ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ରାଜନୀତିରେ ଏବଂ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ମୃତ ଓ ଆହତଙ୍କ ପରିବାର ସହିତ ଆମର ସମବେଦନା ରହିଛି ବୋଲି ମୋଦୀ କହିଛନ୍ତି।

Leave a Reply

Your email address will not be published. Required fields are marked *