ଆସନ୍ତା ଜୁନ୍ ୨୦ରେ ଓଡିଶା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୦ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ। ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ’କାର୍ଯ୍ୟକ୍ରମ ହେବ। ଏହାପରେ ଅପରାହ୍ନ ସାଢେ ୫ଟା ଯାଏଁ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରହିବେବୋଲି ଜଣାପଡିଛି। ଏହା ପରେ ୫ ଟା ୫୦ରେ ଭୁବନେଶ୍ଵର ବିମାନବନ୍ଦର ରୁ ସ୍ଵତନ୍ତ୍ର ବିମାନ ଯୋଗେ ଫେରିଯିବେ। ଅନ୍ୟପଟେ ମୋଦୀଙ୍କ ଗସ୍ତକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ଅନେକ ରହିଛି। ଡବଲ ଇଞ୍ଜିନ ସରକାରଙ୍କ ୟେ ହେଉଛି ବର୍ଷ ପୂର୍ତ୍ତି। କାରଣ ରାଜ୍ୟରେ ବିଜେପି ସରକାରଙ୍କୁ ଏକ ବର୍ଷ କେନ୍ଦ୍ରରେ ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତି। ୧ ଆଉ ୧୧ ମିଶି ୧୧୧ ସ୍ପିଡ ରେ କାମ କରିବ ଡବଲ ଇଞ୍ଜିନ ସରକାର। ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲୋକଙ୍କୁ ବିଜେପି ସରକାର କାମର ରିପୋର୍ଟ କାର୍ଡ ଦେବେ। Post navigation ଯାଜପୁର ବିଞ୍ଝାରପୁରରେ ସମସ୍ତ ଢାବା ଓ ଫାଷ୍ଟଫୁଡ୍ ବନ୍ଦ ନିର୍ଦ୍ଦେଶ ଏସସିବିରେ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ