ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି ରଖାଯାଇଛି। ମଧ୍ୟବର୍ତ୍ତୀ ବଜେଟରେ ୪ଟି ଭିନ୍ନ ଗୋଷ୍ଠୀ ତଥା ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି । ଯାହା ସରକାରଙ୍କ ପ୍ରଥମ ପ୍ରାଥମିକତା ।

ବଜେଟ ଉପସ୍ଥାପନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷର ଉପସ୍ଥାପିତ ହୋଇଥିବା ବଜେଟ୍ ବିକାଶକୁ ନୂତନ ଉଚ୍ଚତାକୁ ନେଇଯିବ । ସମାଜର ସମସ୍ତ ବିଭାଗ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି । ଏହି ବଜେଟ ମଧ୍ୟବିତ୍ତକୁ ନୂଆ ଶକ୍ତି ଯୋଗାଇବ। ସମାଜର ସବୁ ବର୍ଗଙ୍କୁ ସଶକ୍ତ କରିବ। ଏହା ଗାଁ, ଗରିବ ଓ କୃଷକଙ୍କୁ ଫାଇଦା ଦେବ।

ଯୁବକମାନେ ଅନେକ ସୁଯୋଗ ପାଇବେ, ଦଳିତ ଏବଂ ପଛୁଆ ସମ୍ପ୍ରଦାୟର ଲୋକମାନେ ଅଧିକ ଶକ୍ତିଶାଳୀ ହେବେ । ବଜେଟ ଉପସ୍ଥାପନ କରିବା ପରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଏହି ବଜେଟ ଏହି ବଜେଟ ମହିଳା କେନ୍ଦ୍ରିକ ଓ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ସହଯୋଗ କରିବ। କର୍ମକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ଏହି ବଜେଟ ଆହୁରି ବଢ଼ାଇବ। ଏହା ବିକାଶ କେନ୍ଦ୍ରିକ ଓ ଭିତ୍ତିଭୂମିରେ ନିବେଶକୁ ଏହି ବଜେଟ ପ୍ରୋତ୍ସାହିତ କରିବ। ଏହା ବ୍ୟତୀତ ଅର୍ଥନୈତିକ ବିକାଶ ମଧ୍ୟ ନୂତନ ଗତି ପାଇବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ମୋଦି ଆଉ ମଧ୍ଯ କହିଛନ୍ତି ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ବାହାରିଛନ୍ତି । ଏହା ତାଙ୍କ ଆର୍ଥିକ ପ୍ରଗତିର ନିରନ୍ତରତାର ବଜେଟ । ଏହି ବଜେଟ୍ ମାଧ୍ୟମରେ ସମଗ୍ର ଭାରତରେ ଅର୍ଥନୀତିକ ପେଣ୍ଠସ୍ଥଳ ସୃଷ୍ଟି କରିବ। ସହର, ଗାଁ ଓ ଘରସ୍ତରରେ ଆମକୁ ଉଦ୍ୟୋଗର ସୃଷ୍ଟି କରିବାକୁ ପଡ଼ିବ। ପ୍ରତିଟି ଘରେ ଉଦ୍ୟୋଗୀ ସୃଷ୍ଟି ହଅନ୍ତୁ ବୋଲି ଆମେ ଚାହୁଁଛୁ। ଆମେ ଭାରତକୁ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛୁ।

ସେହିପରି ରେକର୍ଡ ସ୍ତରରେ ରହିଛି ଡିଫେନ୍ସ ଏକ୍ସପୋର୍ଟସ୍ । ଏ ବଜେଟରେ ଡିଫେନ୍ସ ସେକ୍ଟରକୁ ଆତ୍ମନିର୍ଭର କରିବା ପାଇଁ ଅନେକ ପ୍ରାବଧାନ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିଶେଷ ରୂପରେ ଧ୍ୟାନ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *