ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ଭଦୋଦରାରେ ରୋଡ଼ ସୋ’ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାରେ ଶହଶହ ଲୋକ ଯୋଗ ଦେଇଥିଲେ। ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନିଜ ଗୃହ ରାଜ୍ୟ ଗସ୍ତ କରିଥିବାରୁ ସ୍ଥାନୀୟ ଲୋକେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି। ଆଜି ସେ ଗୁଜରାଟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ସୋମବାରଠାରୁ ତାଙ୍କ ଗୃହରାଜ୍ୟକୁ ଦୁଇଦିନିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଗୁଜରାଟରେ ୭୭,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ସେ ଦାହୋଦରେ ଲୋକୋମୋଟିଭ୍ ନିର୍ମାଣ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ଏବଂ ଏକ ବୈଦ୍ୟୁତିକ ଲୋକୋମୋଟିଭ୍ ମଧ୍ୟ ଶୁଭାରମ୍ଭ କରିବେ। ଏତଦ୍‌ ବ୍ୟତୀତ ସେ ପ୍ରାୟ ୨୪,୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ସୋମବାର ସନ୍ଧ୍ୟାରେ ମୋଦୀ ଭୁଜରେ ୫୩,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏକ ସାଧାରଣ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ। ମେ ୨୭ ତାରିଖରେ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗଦେବେ ଏବଂ ସହରାଞ୍ଚଳ ବିକାଶ ବର୍ଷ ୨୦୨୫ ଆରମ୍ଭ କରିବେ।

Leave a Reply

Your email address will not be published. Required fields are marked *