Assault of journalist: SDJM court grants bail to 4 accused

ହାତଗୋଡ଼ ବାନ୍ଧି ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ମାଡ଼ ଘଟଣାରେ ୪ ଗିରଫ। ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ୍‌ । ଆକ୍ରମଣକାରୀ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର ରହିଥିବା ଜଣାପଡିଛି । ପୁଇଁତଳା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ହୋଇଥିଲା। । ଖବର ସଂଗ୍ରହ ବେଳେ ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ।

ସୂଚନା ଯୋଗ୍ୟ; କୁଲ୍ଥିପାଲି ଗାଁରେ ଦଶ ଲକ୍ଷ ଟଙ୍କାର ଏକ ଗାର୍ଡୱାଲ୍ କାମ ଚାଲିଥିଲା। ଯାହାର କୌଣସି ସୂଚନା ଫଳକ ନା ଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଥିଲା। ଏହି ଖବର ଜାଣିବାପରେ ସାମ୍ବାଦିକ ବିଜୟ ପ୍ରଧାନ ଦୁର୍ନୀତି ବିରୁଦ୍ଧରେ ଖବର ସଂଗ୍ରହ କରିବାକୁ ପୁଇଁତଲା ବ୍ଲକ୍ କୁଲ୍ଥିପାଲି ଗାଁକୁ ଯାଇଥିଲେ । ଠିକାଦାର ଗଜେନ୍ଦ୍ର ଦଳେଇ ନିମ୍ନମାନର କାମ କରୁଥିବା ନେଇ ସାମ୍ବାଦିକ ଖବର ସଂଗ୍ରହ କରିଥିଲେ । ଏହା ପରେ ସାମ୍ବାଦିକଙ୍କୁ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ପୁତୁରା ଅବିନାଶ ଦଳେଇ ଏବଂ ତାଙ୍କର କିଛି ସାଥି ମିଶି ସାମ୍ବାଦିକଙ୍କ ହାତ ଓ ଗୋଡ଼ ବାନ୍ଧି ଦେଇଥିଲେ । ସାମ୍ବାଦିକଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଗୋଇଠା ଓ ଚାପୁଡ଼ା ମାରିଥିଲେ ।

ଏହାପରେ ଏ ନେଇ ସାମ୍ବାଦିକ ବିଜୟ ପ୍ରଧାନ ପୁଇଁତଲା ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ କିଛି କାର୍ଯାନୁଷ୍ଠାନ ନେଇନଥିଲା। ତେବେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ପୋଲିସ ତତ୍ପରତା ଦେଖାଇଛି । ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *