ଆଜି ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳୀଙ୍କୁ ଭେଟିଛନ୍ତି । ପ୍ରଥମେ ଭାରତୀୟ ହକି ଦଳକୁ ମୋଦି ଭେଟିଥିଲେ । ଖେଳାଳୀମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜର ପଦକ ଦେଖାଇଥିଲେ। ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ମଧ୍ୟ ମୋଦି ଭେଟିଥିଲେ। ପରେ ସେ ଅମନ ସହରାୱତ ଓ ସ୍ୱପ୍ନିଲ କୁସାଲେଙ୍କୁ ଭେଟିଥିଲେ। ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ ସେନଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ ।

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତର ୧୧୭ ଖେଳାଳି ଭାଗ ନେଇଥିଲେ । ଅଲିମ୍ପିକ୍ସର ୩୪ତମ ସଂସ୍କରଣରେ ଭାରତକୁ ୬ଟି ପଦକ ଆସିଛି। ଖେଳାଳୀମାନେ ଗୋଟିଏ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଜାଭେଲିନ୍‌ ଥ୍ରୋରୁ ରୌପ୍ୟ ପଦକ ଆସିଥିବାବେଳେ ଶୁଟିଂରୁ ୩ଟି ଏବଂ ପୁରୁଷ ହକି ଓ ରେସଲିଂରୁ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି।

By Nirvay

Leave a Reply

Your email address will not be published. Required fields are marked *