ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟରେ ପ୍ରଧାନମନ୍ତୀ ଆବାସ ସର୍ଭେ କାର୍ଯ୍ୟ। ସର୍ଭେ ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ସେ କହିଛନ୍ତି ୨୪ରୁ ଆରମ୍ଭ ହେବ ସର୍ଭେ କାର୍ଯ୍ୟ । ଏଥିପାଇଁ ଅଫ୍ଲାଇନ୍ ଓ ଅନ୍ଲାଇନ୍ରେ ହିତାଧିକାରୀ ମାନେ ଆବେଦନ କରିପାରିବେ। ରାଜ୍ୟ ସରକାର ୨୪ ତାରିଖରେ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ। ଦେଢ଼ମାସରୁ ୨ ମାସ ଯାଏଁ ଆବାସ ସର୍ଭେ କାର୍ଯ୍ୟ ଚାଲିବ । ଏହା ପରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଓଡ଼ିଶାରେ ଲକ୍ଷ ଲକ୍ଷ ହିତାଧିକାରୀ ଘର ପାଇବେ । ପୂର୍ବରୁ ଯେଉଁମାନେ ବି ବଞ୍ଚିତ ହୋଇଛନ୍ତି ସେମାନେ ମଧ୍ୟ ପାଇବେ ଘର। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି; ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି। ଓଡ଼ିଶାକୁ ଅଧିକ ମିଳିବା ଆଶା ରଖାଯାଇଛି। ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ଏଥିରେ ଆବେଦନ କରିପାରିବେ। ମାସିକ ଆୟ ୧୫ ହଜାରରୁ କମ୍ ଥିଲେ ବି ମିଳିବ ଘର । ପୂର୍ବରୁ ୧୦ ହଜାରରୁ କମ୍ ଆୟ ଥିଲେ ମିଳୁଥିଲା ଘର ।୨ ଚକିଆ ଯାନ ଓ ଫ୍ରିଜ୍ ଥିବେ ବି କରିପାରିବେ ଆବେଦନ ।ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିପାରିବେ। ସୂଚନାଯୋଗ୍ୟ ଶୁକ୍ରବାରଠାରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ପ୍ରକ୍ରିୟା ଆରମ୍ଭ ପାଇଁ ପରାମର୍ଶ ଦିଆଯାଇଛି । ମୋବାଇଲ ଆପ୍ଲିକେସନ ‘ଆୱାସ ପ୍ଲସ’ ମାଧ୍ୟମରେ ସାନି ସର୍ଭେ କରି ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ରାଜ୍ୟବ୍ୟାପୀ ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସଂଶୋଧିତ ସର୍ତ୍ତାବଳୀ ଆଧାରରେ ସାନି ସର୍ଭେରେ ଯେଭଳି କୌଣସି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । Post navigation ଖଣିମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ କାରାଦଣ୍ଡ