ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ଜାତୀୟ ଗଣମାଧ୍ୟମ ଦ ଟେଲିଗ୍ରାଫରେ ଏନେଇ ଖବର ପ୍ରକାଶ ପାଇଛି । ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ଥିଲା । ଗତ ମେ ମାସ ୩ ତାରିଖରେ ଜର୍ମାନୀରେ ଏହି ବିବାହ ସଂପନ୍ନ ହୋଇଥିବାର ଚର୍ଚ୍ଚା ହେଉଛି । ତେବେ ପିନାକୀ ମିଶ୍ର କିମ୍ୱା ମହୁଆଙ୍କ ପକ୍ଷରୁ ଏ ନେଇ କିଛି ସୂଚନା ମିଳିପାରିନାହିଁ । ପୁରୀର ପୂର୍ବତନ ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କ ବୟସ ଏବେ ୬୫ ବର୍ଷ ହୋଇଥିବାବେଳେ ମହୁଆଙ୍କ ବୟସ ୫୦ ବର୍ଷ । ମହୁଆ ପୂର୍ବରୁ ଡେନିସ୍ ଫାଇନାନ୍ସର ଲାର୍ସ ବ୍ରୋର୍ସେନଙ୍କ ସହ ବିବାହ କରିଥିଲେ କିନ୍ତୁ ପରେ ସେମାନଙ୍କ ଛାଡପତ୍ର ହୋଇଥିଲା । ସେଇଭଳି ପିନାକୀ ମିଶ୍ର ସଙ୍ଗୀତା ମିଶ୍ର ସହିତ ବିବାହ କରିଥିଲେ, ଯାହାକି ବିବାହ ବିଚ୍ଛେଦରେ ପରିଣତ ହୋଇଥିଲା । Post navigation ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ ରାଜ୍ୟ ସରକାର ଜଳଛାୟା ପ୍ରକଳ୍ପର ଅଧିକାରୀ କହି ସରକାରୀ ଆକାଉଣ୍ଟରୁ ଲୁଟିଲେ ଅଭିଯୁକ୍ତ