ଓଡ଼ିଶାରେ କମିଲା ପେଟ୍ରୋଲ ଓ ଡିଜେଲ ଦର। ଗତକାଲି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଉପଭୋକ୍ତା। ଓଡ଼ିଶାର ୩ଟି ଜିଲ୍ଲାର ୯ଟି ସ୍ଥାନରେ କମିଲା ପେଟ୍ରୋଲ ଓ ଡିଜେଲ ଦର । ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆ ଦର । ଏନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାବାସୀଙ୍କୁ ମିଳିଲା ଏହି ଲାଭ। କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ପାଇବ। କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା ଓ ଡିଜେଲ୍ ୪ଟଙ୍କା ୩୨ ପଇସା ହ୍ରାସ ପାଇବ। ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା ଓ ଡିଜେଲ୍ ୩ ଟଙ୍କା ୯୭ ପଇସା, ନନ୍ଦପୁରରେ ପେଟ୍ରୋଲ ୩ ଟଙ୍କା ୭୧ ପଇସା ଓ ଡିଜେଲ୍ ୩ ଟଙ୍କା ୫୨ ପଇସା ହ୍ରାସ ପାଇବ। ମାଳିପୁଟରେ ପେଟ୍ରୋଲ ୩ ଟଙ୍କା ୬୬ ପଇସା, ଡିଜେଲ୍ ୩ ଟଙ୍କା ୪୭ ପଇସା ହ୍ରାସ ପାଇବାକୁ ଥିବା ବେଳେ ରାମଗିରିରେ ପେଟ୍ରୋଲ ୩ ଟଙ୍କା ୬୦ ପଇସା ଓ ଡିଜେଲ୍ ୩ ଟଙ୍କା ୪୦ପଇସା, ବଡ଼ସାଗରରେ ପେଟ୍ରୋଲ ୩ ଟଙ୍କା ୫୨ ପଇସା ଓ ଡିଜେଲ୍ ୩ ଟଙ୍କା ୩୩ ପଇସା,ରାଇଘରରେ ପେଟ୍ରୋଲ ୩ ଟଙ୍କା ୪୧ ପଇସା ଓ ଡିଜେଲ୍ ୩ଟଙ୍କା ୨୨ ପଇସା ଏବଂ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ୍ ୩ ଟଙ୍କା ୦୮ ପଇସା ହ୍ରାସ ପାଇବ। Post navigation ବାର୍ ରେ ସଙ୍ଗୀତ ପରିବେଷଣ ପାଇଁ ମିଳିଲା ଅନୁମତି; ଡାନ୍ସ ଉପରେ କଟକଣା ଜାରି ନେତାଙ୍କୁ ଅଣଦେଖା କରିବା ବିଜେଡି ହାରିବାର କାରଣ; ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି: ସୁନନ୍ଦା