Patnagarh Parcel Bomb Case-Final verdict to be delivered by June 17
ଜୁନ୍ ୧୭ ସୁଦ୍ଧା ଆସିବ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ ।
 
ଆଜି ପୁଞ୍ଜିଲାଲଙ୍କ ସପକ୍ଷରେ ପଡ଼ୋଶୀ ଜିତେନ୍ ପଟେଲଙ୍କ ସାକ୍ଷ୍ୟଗ୍ରହଣ ହୋଇଥିବାବେଳେ ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ । ଆସନ୍ତା ୬ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହେବ ।
 
ପୂର୍ବରୁ ବହୁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଯଥାଶୀଘ୍ର ମାମଲାର ଚୂଡ଼ାନ୍ତ ରାୟ କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଆସୁଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *