ଗଞ୍ଜାମ ଜିଲ୍ଲାରେ ହୃଦୟ ବିଦାରକ ଦୃଶ୍ୟ । ଗଞ୍ଜାମ ଜିଲ୍ଲା, ଖଲ୍ଲିକୋଟ, ବିରିପୁରର ୧୯ ବର୍ଷୀୟ ଶଙ୍କର ମହାରଣା କାଲି ଘର ପାଖରେ କ୍ରିକେଟ୍ ଖେଳ ଦେଖୁଥିବା ବେଳେ, ପେଟରେ ଜୋରରେ ବଲ ବାଜିଥିଲା । ଶଙ୍କରକୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ଏମକେସିଜିକୁ ରେଫର୍ କରିଦେଲେ ଡାକ୍ତର । ହେଲେ ରାତି ପ୍ରାୟ ୧୨ ଟା ସମୟରେ ଅଧା ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଦ୍ଵିତୀୟ ଆମ୍ବୁଲାନ୍ସ ୩ ଘଣ୍ଟା ପରେ ଆସି ପହଞ୍ଚିଥିଲା । ଫଳରେ ମେଡିକାଲରେ ପହଞ୍ଚିବା ପାଇଁ ଦୀର୍ଘ ତିନି ଘଣ୍ଟା ବିଳମ୍ବ ହୋଇଥିଲା । ଏମକେସିଜିରେ ଭର୍ତ୍ତି ହେବା ପରେ ଡାକ୍ତର ଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ । Post navigation ନାରୀ ସମାଜର ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ: ବିଜେଡି