ବାପାଙ୍କ ଠାରୁ ଭିନେ ହୋଇ ଅଲଗା ପରିବାର କରିଥିବା ପୁଅକୁ  ମିଳିବ ପକ୍କା ଘର । ପିଏମ୍ ଆବାସ ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇ କହିଛନ୍ତି ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । ଚିହ୍ନଟ କରି ୬ ମାସ ଭିତରେ କାର୍ଯ୍ୟାଦେଶ ଦେବେ ବିଜେପି ସରକାର ।  ଏହି ପ୍ରକ୍ରିୟାରେ ୨୦ ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମିଳିବ ଘର । ହିତାଧିକାରୀ ଚିହ୍ନଟରେ ତ୍ରୁଟି ରହିଲେ ସଂପୃକ୍ତ ସରକାରୀ ଅଧିକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ମନ୍ତ୍ରୀ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ପୁର୍ବ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ। ପୂର୍ବ ସରକାରରେ ଜଣେ ଲୋକ ୩ଟି ପର୍ଯ୍ୟନ୍ତ ଘର ପାଉଥିଲେ। ପୂର୍ବ ସରକାର କେନ୍ଦ୍ରକୁ ସଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହେଲେ। ସର୍ବଭାରତୀୟ ସ୍ତରରେ ୨୦୧୭-୧୮ ମସିହାରେ ଗୋଟିଏ ତାଲିକା ପ୍ରସ୍ତୁତ ହୋଇଥିଲା।କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ। କିନ୍ତୁ ଏହି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ୬ ମାସ ଭିତରେ ସରକାର ଘର କରିବା ପାଇଁ କାର୍ଯ୍ୟାଦେଶ

Leave a Reply

Your email address will not be published. Required fields are marked *