ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆଜି ପାକିସ୍ତାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି । ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମ ‘ଅବଦାଲି ୱିପନ ସିଷ୍ଟମ’ । ପାକିସ୍ତାନ ଏହା ସୋନମିଆନି ରେଞ୍ଜରେ ପରୀକ୍ଷଣ କରିଛି । କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର । ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ଲକ୍ଷ୍ୟ ଥିଲା ସେନାର ଯୁଦ୍ଧ ପ୍ରସ୍ତୁତି ସହ ନିଜ ଶକ୍ତି ପ୍ରଦର୍ଶନ କରିବା । Post navigation ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ଡିଜିସିଏ ର ଆଡ୍ଭାଇଜରି ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା