ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ନିଆଯାଇଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମୟରେ ବଳଭଦ୍ର ପଡ଼ିଯିବା ଘଟଣାର ଆସିଛି ରିପୋର୍ଟ । ଆଡ଼ପ ମଣ୍ଡପ ବିଜେ ଅଘଟଣର ପୁଣି ସମୀକ୍ଷା କରାଯିବ । ଆଡ଼ପ ପହଣ୍ଡି ଅଘଟଣ ରିପୋର୍ଟ ଅସଂପୂର୍ଣ୍ଣ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଗଠନ କରାଯିବ ପହଣ୍ଡି ସମନ୍ୱୟ ଟିମ୍ । ଆଉଥରେ ତର୍ଜମା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୩ ଜଣିଆ କମିଟି ଆଜି ୯ଟି ପଏଣ୍ଟରେ ତାଙ୍କ ରିପୋର୍ଟ ଦେଇଥିଲେ । ଭିଡିଓ ଦେଖି ଭଲ ଭାବେ ଆଉ ଥରେ ତଦନ୍ତ କରିବାକୁ କୁହାଯାଇଛି । କିଏ ଦାୟୀ, ତାହା ଜଣାଇବାକୁ କମିଟିକୁ କୁହାଯାଇଛି । ଅଭିଜ୍ଞ ସେବାୟତଙ୍କୁ ପହଣ୍ଡି ଦାୟିତ୍ଵ ଦିଆଯିବ । ଜିଲ୍ଲାପାଳ, ଏସପିଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ପହଣ୍ଡିରେ କିଏ ରହିବ, କେତେ ଜଣ ରହିବେ, ତାହା ସ୍ଥିର ହେବ । ସମ୍ଭବ ହେଲେ ଚାରମାଳର ଦୈର୍ଘ୍ୟ ବୃଦ୍ଧି କରାଯିବ । ସେବା ସମୟରେ ସେବାୟତମାନେ ମୋବାଇଲ ବ୍ୟବହାର କରିବେ ନାହିଁ । ପହଣ୍ଡି ବେଳେ ପ୍ରତ୍ଯେକ ଠାକୁରଙ୍କ ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ । ଅନଧିକାର ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ବ୍ୟବସ୍ଥା ହେବ ।

ଏହା ସହ ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ । ମହିଳାଙ୍କ ପାଇଁ ଅଲଗା, ପୁରୁଷଙ୍କ ପାଇଁ ଅଲଗା ଧାଡ଼ି କରାଯିବ । ନାଟ ମଣ୍ଡପରେ ଥିବା ଆଲମୀରା କାଢ଼ି ଦିଆଯିବ । ସେବାୟତଙ୍କ ସହ ଆଲୋଚନା କରାଯାଇ ଆଲମୀରା କଢ଼ାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଉ ମଧ୍ୟ କହିଛନ୍ତି ବୈଠକରେ ଶ୍ରୀମନ୍ଦିର ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷର ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି  । ଏଥି ସହିତ ୧୦୩ କୋଟି ଟଙ୍କାର ବଳକା ବଜେଟ୍ ରହିଛି।

Leave a Reply

Your email address will not be published. Required fields are marked *