ରାଜ୍ୟରେ ଚାଲିଥିବା ଧାନ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଯୋଗାଣ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ପ୍ରକାରର ଜଟିଳତା ନାହିଁ। ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ସରକାର ରାଜ୍ୟର ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଆଜି ସୁଦ୍ଧା ସମୁଦାୟ ୫ ହଜାର ୯୩ ଜଣ ଚାଷୀ ସଫଳତାର ସହ ପଞ୍ଜୀକରଣ କରିସାରିଛନ୍ତି। ଯେଉଁ ଚାଷୀମାନଙ୍କ ପାଖରେ ‘କୃଷକ ପଞ୍ଜୀକରଣ ID’ ନାହିଁ, ସେମାନେ ମଧ୍ୟ ବିନା କୌଣସି ସମସ୍ୟାରେ ଧାନ ପଞ୍ଜୀକରଣ କରିପାରିବେ। ଯଦି ଜମି ମାଲିକ ଉପସ୍ଥିତ ନାହାନ୍ତି, ତେବେ ସେଥିପାଇଁ ସରକାର ଏକ ସ୍ୱତନ୍ତ୍ର ଆପ୍ଲିକେସନ୍ ଆଣୁଛନ୍ତି। ଭାଗ ଚାଷୀମାନେ ମଧ୍ୟ କେବଳ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ନିଜର ଧାନ ପଞ୍ଜୀକରଣ ସହଜରେ କରିପାରିବେ। ସୂଚନାଯୋଗ୍ୟ ଯେ, ଏହି ଧାନ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଯଦି ପରବର୍ତ୍ତୀ ସମୟରେ ଆବଶ୍ୟକ ପଡ଼େ, ତେବେ ଏହି ସମୟ ସୀମାକୁ ଆହୁରି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। Post navigation Delhi Phuket Air India Turbulence: ଫୁକେତ୍-ଦିଲ୍ଲୀ ବିମାନ ଟ୍ରାଜେଡି ମାମଲା; ପାଇଲଟ୍ ଡୋପ୍ ଟେଷ୍ଟରେ ଫେଲ୍