ରାଜ୍ୟରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି। ଏହାରି ମଧ୍ୟରେ ବହି ଛପା ତ୍ରୁଟି ସ୍ୱୀକାର କରିଛନ୍ତି OTPM ନିର୍ଦ୍ଦେଶକ ସମ୍ବିତ କୁମାର ନାୟକ । ସେ କହିଛନ୍ତି ବହି ପ୍ରସ୍ତୁତି ପାଇଁ ସମୟ କମ୍ ଥିବାରୁ ତରବରିଆ ଭାବେ କାମ ହୋଇଥିଲା । ଏହି କାରଣରୁ ତ୍ରୁଟି ହୋଇଥାଇପାରେ । ଏପ୍ରିଲ ୧ ତାରିଖ ପୂର୍ବରୁ ପ୍ରାୟ ୫୨ ପ୍ରତିଶତ ବହି ପହଞ୍ଚିଥିଲା । ପରେ ବହି ବଣ୍ଟନ ହେବା ପରେ ତ୍ରୁଟି ସାମ୍ନାକୁ ଆସିଥିଲା ।

ଅନ୍ୟପଟେ ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ଏକକାଳୀନ SCERT, OSEPA ଏବଂ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟରେ ପହଞ୍ଚି ଦସ୍ତାବିଜ୍ ଯାଞ୍ଚ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରିଛି।

ସରକାରୀ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ରରେ ୫ ଘଣ୍ଟାର ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ। ପ୍ରିଣ୍ଟିଂଠାରୁ ପ୍ରଡକ୍ସନ ପର୍ଯ୍ୟନ୍ତ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରି OTPMର ଟେଣ୍ଡର ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ ସହ SCERTରୁ ଆସିଥିବା ଚିଠି ଓ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ବହି ପ୍ରସ୍ତୁତି ପାଇଁ ଆସିଥିବା PDF ଫାଇଲକୁ ସିଜ୍‌ କରିଛି ଟିମ୍ । PDF ସହିତ ହାର୍ଡ କପିକୁ ମ୍ୟାଚ୍ କରାଯାଇ ତଦନ୍ତ କରୁଛି ଟିମ୍ ।

Leave a Reply

Your email address will not be published. Required fields are marked *