ପ୍ରକାଶ ପାଇଲା ଓଡିଶା ସିନିୟର ସେକେଣ୍ଡାରୀ ଟିଚର ଇଲିଜିବିଲିଟି ଟେଷ୍ଟ (OSSTET) ପରୀକ୍ଷା ଫଳ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଭ ପ୍ରକାଶ ପାଇଛି । ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ରେ ଦେଖିପାରିବେ ନିଜର ପରୀକ୍ଷାଫଳ।

କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବ୍‌ସାଇଟରୁ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ । ନିଜ ରୋଲ୍ ନମ୍ବର ସହ ଜନ୍ମ ତାରିଖ କିମ୍ବା ରେଜିଷ୍ଟ୍ରର ଥିବା ମୋବାଇଲ ନମ୍ବର ଦେଇ ପରୀକ୍ଷାର୍ଥୀ ରେଜଲ୍ଟ ଡାଉନଲୋଡ୍ କରିପାରିବେ ।

ପ୍ରଥମେ OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରନ୍ତୁ। ସେଥିରେ ନିଜ ଇ-ମେଲ୍‌ ଆଡ୍ରେସ ଓ ପାସ୍‌ୱାର୍ଡ ଦିଅନ୍ତୁ । ଏହାପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରନ୍ତୁ । ଏହାପରେ ‘OSSTET Result 2024’ ଉପରେ କ୍ଲିକ କରନ୍ତୁ । ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖାଯିବ । ଏହାକୁ ଆପଣ ଡାଉନଲୋଡ କରି ପାରନ୍ତି।

Leave a Reply

Your email address will not be published. Required fields are marked *