ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବାଲେଶ୍ବର ସହର ଅଶାନ୍ତ ଥିବା ବେଳେ ଧୀରେ ଧୀରେ ଶାନ୍ତି ଫେରୁଥିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ ଓ ବାଲେଶ୍ବର ପୋଲିସର ମିଳିତ ଉଦ୍ୟମରେ କର୍ଫ୍ୟୁ କୋହଳ କରାଯାଇଛି । ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ । ବାଲେଶ୍ୱରରେ ଏଣିକି କେବଳ ରାତ୍ରୀକାଳୀନ ଲାଗିବ କର୍ଫ୍ୟୁ କଟକଣା । ଆସନ୍ତାକାଲିଠୁ କେବଳ ରାତିରେ ହିଁ ରହିବ କଟକଣା । ଟାଉନ୍‌ ଥାନା ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ।

ସକାଳ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କଟକଣା କୋହଳ । ମାତ୍ର ଏହି ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *