ବବି ଦାସଙ୍କ ଘର ଭଙ୍ଗାରୁଜାକୁ ନେଇ ରାଗି ଗଲେ ବିଜେଡି ନେତା ତଥା ପୂର୍ବତନ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ। ପ୍ରତିଶୋଧ ନେବା ପାଇଁ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଉପରକୁ କୁକୁର ଛାଡ଼ିଦେଲେ। ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମଧ୍ୟ ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ତେବେ ସବୁଠୁ ବଡ କଥା ହେଉଛି, ସେ ନିଜେ କୁକୁର ଲଗାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା କଥା ମାନିଛନ୍ତି । ତେବେ ଜଣେ ସାମ୍ବାଦିକା ନିଜର କର୍ତ୍ତବ୍ୟ କରୁଥିବା ବେଳେ ନିଜ ରାଗ ସାମ୍ବାଦିକାଙ୍କ ଉପରେ ସୁଝାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *