ଆଜି ହେଉଛି ଭାରତ ଇତିହାସର ସବୁଠୁ ଦୁଃଖଦ ଦିନ । ଗୁଜରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୨୪୨ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ଇଂଲଣ୍ଡ ଯାଉଥିବା ବୋଇଂ ୭୮୭-୮ ଡ୍ରିମଲାଇନ ବିମାନର ଦୁର୍ଘଟଣା ଘଟିଛି । ଟେକ୍-ଅଫ୍ ପରେ କ୍ରାସ୍ ହୋଇଗଲା ବିମାନ । ବିମାନରେ ୧୨ ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୪୨ ଯାତ୍ରୀ ଥିଲେ । ତେବେ ସୌଭାଗ୍ୟବଶତଃ ଜଣେ ଯାତ୍ରୀ ଜୀବିତ ଥିବା ଅହମ୍ମଦାବାଦ ପୋଲିସ କମିଶନର ଜି.ଏସ୍ ମଲ୍ଲିକ ସ୍ପଷ୍ଟ କରିଛନ୍ତି । ସିଟ୍ ନମ୍ବର ୧୧-A ରେ ଥିବା ଯାତ୍ରୀ ଜୀବିତ ଅଛନ୍ତି । ତାଙ୍କ ନାଁ ବିଶ୍ୱାସ କୁମାର ରମେଶ ବୋଲି ଜଣାପଡ଼ିଛି । ହସ୍ପିଟାଲରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । Post navigation ହଷ୍ଟେଲ ଉପରେ ବିମାନ କ୍ରାସ୍ ଯୋଗୁଁ ୫ ଡାକ୍ତରୀ ଛାତ୍ର ମୃତ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ମୃତ୍ୟୁ