ଯାଜପୁରରେ କାୟା ମେଲାଉଛି ଝାଡାବାନ୍ତି । ଏହାରି ମଧ୍ୟରେ କଟକ ଏସସିବିରେ ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି ହସ୍ପିଟାଲ୍‌ କର୍ତ୍ତୃପକ୍ଷ । ମୃତକ ଜଣଙ୍କ ଯାଜପୁର ସୁକିନ୍ଦା ଅଞ୍ଚଳର ସୂଚନା । ଅବସ୍ଥା ଗୁରୁତର ହେବାରୁ ଯାଜପୁରରୁ କଟକ ଆସିଥିବା ଜଣାପଡିଛି ।

ସୂଚନା ଥାଉକି, ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣ ହେଉନି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କଲେରା ନେଇ ଯାଜପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି ।

Leave a Reply

Your email address will not be published. Required fields are marked *