ରାଜ୍ୟର ସମସ୍ତଙ୍କର ଯେପରି ପକ୍କା ଘର ଅର୍ଥାତ୍ ଛାତ ଘର ହେବ ସେଥିପାଇଁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ୩୦ ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ । କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା । ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୦ ହଜାର ଲୋକଙ୍କୁ ଏହି ଯୋଜନା ସହ ଯୋଡ଼ିବେ ସରକାର । ଭିନ୍ନକ୍ଷମ, ବିଧବା, ରୋଗରେ ପୀଡ଼ିତ ଯୋଜନାରେ ସାମିଲ ହେବେ । ଏଥିରେ ସହିଦ ପରିବାର, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସାମିଲ ହୋଇପାରିବେ । Post navigation ବିଜେପି ସରକାରର ଓଡ଼ିଆ ଅସ୍ମିତା ଗଲା କୁଆଡେ: ବିଜେଡି ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ ସିବିଏସ୍ଇ ର ସ୍ପଷ୍ଟୀକରଣ