ଚଳିତ ଆର୍ଥୀକ ବର୍ଷ ବଜେଟରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ୧୦୮୫୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ପରିମାଣର ଆର୍ଥୀକ ଅନୁଦାନ ମିଳିଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତି ଓଡ଼ିଶାବାସୀଙ୍କ ଲାଗି ସର୍ବଦା ସ୍ମରଣୀୟ ହୋଇରହିବ । କ୍ୟାବିନେଟ୍‌ରେ ଅନୁମୋଦନ ମିଳିଥିବା ସମୁଦାୟ ୮ଟି ରେଳ ପ୍ରକଳ୍ପ ମଧ୍ୟରୁ ଓଡିଶା ପାଇଁ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ଓଡିଶାର ବିକାଶ ଲାଗି ମୋଦିଜୀଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗତ କାଲି କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ଅନୁମୋଦିତ ହୋଇଥିବା ୬ଟି ରେଳ ପ୍ରକଳ୍ପଗୁଡିକ ହେଲା; ଗୁଣୁପୁର-ଥେରୁବାଲି ନୂତନ ରେଳ ପାଇଁ ୧୩୨୬ କୋଟି, ଜୁନାଗଡ – ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ୩୨୭୪ କୋଟି, ମାଲକାନଗିରି – ଭଦ୍ରାଚଲମ – ପାଣ୍ଡୁରାଙ୍ଗପୁରମ ନୂତନ ରେଳ ପାଇଁ ୪୧୦୯ କୋଟି, ବାଦାମପାହାଡ – କେନ୍ଦୁଝରଗଡ ନୂତନ ରେଳ ପାଇଁ ୨୧୦୭ କୋଟି, ବାଙ୍ଗିରିପୋଷୀ – ଗୋରୁମହିଷାଣି ନୂତନ ରେଳ ପାଇଁ ୨୫୪୯ କୋଟି ଏବଂ ବୁରାମରା – ଚାକୁଳିଆ ନୂତନ ରେଳ ପାଇଁ ୧୬୩୯ କୋଟି ଟଙ୍କା ମଂଜୁରୀ ମିଳିଛି ।

ଶ୍ରୀ ସାମଲ କହିଛନ୍ତି, ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପୂରଣ କରିବ । ନୂତନ ରେଳ ପକଳ୍ପ ଯୋଗୁ ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର ଓ କଳହାଣ୍ଡି ଆଦି ଆଦିବାସୀ ଜିଲ୍ଲାର ଆର୍ôଥକ ବିକାଶ ସୁଦୃଢ ହୋଇପାରିବ । ଯେଉଁ ଆଦିବାସୀ ଅଧ୍ୟୁଷିତ ଅଂଚଳଗୁଡ଼ିକୁ ପୂର୍ବରୁ ଯିବାକୁ କଷ୍ଟକର ଥିଲା, ସେସବୁ ଅଂଚଳରେ ଗମନାଗମନ ସୁଦୃଢ଼ ହେବା ସହ କୃଷି, ଶିଳ୍ପ, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରର ବିକାଶ ହୋଇପାରିବ । ଏଥି ସହ ବନ୍ୟଜାତ ଦ୍ରବ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପହଂଚାଇ ଯାଇପାରିବ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ରାଜ୍ୟରେ ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ତ୍ୱରାନ୍ୱିତ ହେବ । ଜଳପଥ ସହ ସଂଯୋଗୀକରଣ ସମ୍ଭବ ହେବାରେ ସହାୟକ ହେବ । ବାସ୍ତବରେ ରାଜ୍ୟରେ ରୋଜଗାର ଓ ସ୍ୱରୋଜଗାର କାରଣରୁ ଲକ୍ଷାଧିକ ଓଡିଆ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।

ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ଅନୁମୋଦନ କରାଯାଇ ବାସହୀନଙ୍କ ପାଇଁ ୩ କୋଟି ପକ୍କାଘର ନିର୍ମାଣ ପାଇଁ ୫ ଲକ୍ଷ ୩୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଦ୍ୱାରା ଓଡିଶାର ଯୋଗ୍ୟ ବାସହୀନ ହିତାଧିକାରୀମାନେ ପକ୍କା ଘର ପାଇପାରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।

କେନ୍ଦ୍ରରେ ମୋଦି ସରକାର ଗଠନ ହେବା ପରେ ଓଡିଶାର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ମାତ୍ର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଓଡ଼ିଶାରେ ବିକାଶ ବାଧାପ୍ରାପ୍ତ ହେଉଥିଲା । ମାତ୍ର ଏବେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଗଠନ ହୋଇଥିବାରୁ ସମସ୍ତ ବାଧା ଦୂର ହୋଇଛି । ଓଡିଶାର ବିକାଶକୁ କେହି ଅଟକାଇପାରିବେ ନାହିଁ । ପୂର୍ବଭାରତର ବିକାଶ ପାଇଁ ମୋଦିଜୀ ଦେଖିଥିôବା ସ୍ୱପ୍ନ ନିଶ୍ଚୟ ପୂରଣ ହେବ ଏବଂ ବିଜେପି ଶାସନରେ ଓଡ଼ିଶା ପୂର୍ବୋଦୟ ଭାରତର ନେତୃତ୍ୱ ନେବ ବୋଲି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *