ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ । ବାରିପଦା ସଦର ଥାନା ଅନ୍ତର୍ଗତ ମଞ୍ଚାବନ୍ଧା ଠାରେ ଏହି ସଫାରୀ ଖୋଲିବା ପାଇଁ କିଛି ମାସଧରି ଲାଗିରହିଥିବା ପ୍ରତିବନ୍ଧକ ଦୂର ହୋଇଛି । କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷର ସବୁଜ ସଙ୍କେତ ମିଳିସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନ୍ଟିସିଏଙ୍କ ଅନୁମତି ମଧ୍ୟ ମିଳିସାରିଛି । ପୂର୍ବରୁ ମଞ୍ଚାବନ୍ଧା ଠାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇ ସାରିଛି । ପାଖାପାଖି ୧୦୦ ହେକ୍ଟର ଜମିରେ ହେବ ବାଘଙ୍କ ରହଣି ସ୍ଥଳ । ବାକି ୧୦୦ ହେକ୍ଟର ଜମିରେ ଉଦ୍ଧାରକେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସାଳୟ କରାଯିବ । ଏହି ପଦକ୍ଷେପ ଦ୍ୱାରା ସଂରକ୍ଷକ, ଗବେଷକ ଓ ଉତ୍ସାହୀ ଏବଂ ସାଧାରଣ ଜନତା ଏହି ବିରଳ କଳା ବାଘଙ୍କୁ ଅତି ନିକଟରୁ ଦେଖିପାରିବେ । Post navigation Abhijit Majumdar: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର