ଓଡିଶା ବଜାରରେ ବୁଲୁଛି ନକଲି ଔଷଧ। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ। ରାଜ୍ୟରେ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ୟୁପି, ଏମପି, କୋଲକାତା, ହାଇଦ୍ରାବାଦରୁ ଆସୁଛି ଏହି ନକଲି ଔଷଧ। ଆଜି ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଜେପି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ୩ ବର୍ଷରେ ୧୦୩ଟି ଔଷଧ ନିମ୍ନମାନର ଧରାପଡିଛି। ଜିଙ୍ଗ ସଲଫେଟ୍, ସୋଡ଼ିୟମ ଲାକଟେଟ୍ ନିମ୍ନମାନର ବୋଲି ଚେକିଂ ବେଳେ ଧରାପଡିଛି। Post navigation ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା