ଭୁବନେଶ୍ବର : ମାଟ୍ରିକ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା । ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ତେବେ ପରୀକ୍ଷାରେ ସହଯୋଗ କରିବ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ସରକାରଙ୍କ ସହ ଆଲୋଚନା ପରେ ଓଷ୍ଟା ସମ୍ପାଦକ ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସକାରାତ୍ମକ ହୋଇଥିବା ନେଇ ସେ ସୂଚନା ଦେବା ସହ ପରୀକ୍ଷାରେ ଓଷ୍ଟା ସହଯୋଗ କରିବ ବୋଲି କହିଛନ୍ତି । ତେବେ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି । କହିରଖୁଛୁ ୧୩ ଦଫା ଦାବିରେ ୧୩ ଦିନ ହେଲା ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ଅନ୍ୟପଟେ ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଛି । ସକାଳ ୯ଟାରୁ ଆରମ୍ଭ ହୋଇ ପରୀକ୍ଷା ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । ସକାଳ ସାଢେ ୭ଟାରେ ଛାତ୍ରଛାତ୍ରୀ ପରୀକ୍ଷା ହଲରେ ପ୍ରବେଶ କରିବେ । କପି ରୋକିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *