ମାଧ୍ୟମିକ ସ୍ତରରେ ବିଜ୍ଞାନ ଶିକ୍ଷାକୁ ଆହୁରି ଦକ୍ଷ, ଗୁଣାତ୍ମକ ଓ ପ୍ରଭାବୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ବିଜ୍ଞାନ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏହି ଯୋଜନା ଅଧୀନରେ ବେଙ୍ଗାଲୁରୁ ସ୍ଥିତ ପ୍ରସିଦ୍ଧ ଭାରତୀୟ ବିଜ୍ଞାନ ସଂସ୍ଥାନ (IISc) ର ଚାଲକେରେ କ୍ୟାମ୍ପସରେ ଓଡ଼ିଶାର ୧୨୦ ଜଣ ବିଜ୍ଞାନ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ।ଅକ୍ଟୋବର ୧୭ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକମାନେ ଆଧୁନିକ ବିଜ୍ଞାନ ଶିକ୍ଷାଦାନ ପଦ୍ଧତି, ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ପ୍ରାକ୍ଟିକାଲ୍ ଶିକ୍ଷା ପ୍ରଣାଳୀ ସମ୍ପର୍କରେ ଅଧିକ ଦକ୍ଷତା ହାସଲ କରିବେ। ଏହାଦ୍ୱାରା ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ନୂତନ ଢାଞ୍ଚାରେ ବିଜ୍ଞାନ ପଢ଼ାଯାଇପାରିବ ବୋଲି ଆଶା କରାଯାଉଛି। Post navigation Odisha Launches E-Detection System for Vehicles: ସେପ୍ଟେମ୍ବର ୧ ରୁ ଓଡ଼ିଶାରେ ଲାଗୁ ହେଲା e-Detection ବ୍ୟବସ୍ଥା; ବୈଧ PUCC ଓ ବୀମା ନଥିଲେ କଟିବ ଇ-ଚାଲାଣ