ନୂଆଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁତଳ ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ଏକ ଅଭାବନୀୟ ଘଟଣା ଘଟିଛି। “ହଷ୍ଟେଲ ଡେଜ୍” ନାମକ ଏକ ପାଞ୍ଚ ମହଲା ପିଲାଙ୍କ ପିଜି ହଷ୍ଟେଲ ବିଲ୍ଡିଂ ଆକସ୍ମିକ ଭାବେ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ପିଲାଙ୍କ ସମେତ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବିପର୍ଯ୍ୟୟ ପରିଚାଳନା ବାହିନୀ (NDRF/SDRF), MCD ଏବଂ ପୋଲିସ ଟିମ୍‌ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅନ୍ୟପଟେ ପ୍ରାଥମିକ ସୂଚନା ଅନୁଯାୟୀ, ଉଦ୍ଧାରକାରୀ ଦଳ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଟିତଳୁ ୨ ରୁ ୩ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିଥିବା ବେଳେ ଆଉ ଜଣଙ୍କର ମୃତ ହୋଇଛି । ସେହିପରି ଆଉ କେତେ ଜଣ ଲୋକ ମାଟି ତଳେ ଫସି ରହିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପ୍ରବଳ ବର୍ଷା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି।

Leave a Reply

Your email address will not be published. Required fields are marked *