ବଢ଼ିଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି । ଅସ୍ତ୍ରଶସ୍ତ୍ର ଛାଡି ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ରାଜ୍ୟରେ ମାଓ ଉଗ୍ରବାଦକୁ ଦୂର କରିବା ପାଇଁ, ଓଡ଼ିଶା ସରକାର ଆର୍ଥିକ ସହାୟତା, ଆତ୍ମସମର୍ପଣ କରିଥିବା ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ପାଇଁ ପୁରସ୍କାର ବୃଦ୍ଧି କରି ଏକ ସଂଶୋଧିତ ମାଓ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଆରମ୍ଭ କରିଛନ୍ତି। ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା । ଏକେ ୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା । SLR ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା । ୧୦ ଲକ୍ଷ ପୁରସ୍କାର ଥିବା ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ୫ ଲକ୍ଷ ଟଙ୍କା ।ସେମାନଙ୍କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର । ସେହିପରି ସେହିପରି ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧କୋଟି ୧୦ଲକ୍ଷ, ଷ୍ଟେଟ୍ କମିଟି ସଦସ୍ୟ, ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଆତ୍ମସମର୍ପଣ କଲେ ୫୫ଲକ୍ଷ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ରିଜିଓନାଲ୍ କମିଟି ସଦସ୍ୟଙ୍କୁ ୩୩ଲକ୍ଷ, ଡିଜିଜନାଲ କମିଟି ସଦସ୍ୟଙ୍କ ୨୭.୫ଲକ୍ଷ ଟଙ୍କା ଡିଭିଜନାଲ କମିଟି ମେମ୍ବର ଆତ୍ମସମର୍ପଣ କଲେ ମିଳିବ ୨୨ଲକ୍ଷ । ଓଡ଼ିଶାର ଗୃହ ବିଭାଗ ଏକ ବିଜ୍ଞପ୍ତିରେ କୁହାଯାଇଛି, ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ନିୟନ୍ତ୍ରଣ ଏବଂ ନିପାତ କରି ହାର୍ଡକୋର ବାମପନ୍ଥୀ ଉଗ୍ରବାଦ କ୍ୟାଡରମାନଙ୍କୁ ଦୂର କରିବା। ଏହି ନୀତିର ଲକ୍ଷ୍ୟ ହେଉଛି ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ଲାଭଦାୟକ ନିଯୁକ୍ତି ଏବଂ ଉଦ୍ୟୋଗୀ ସୁଯୋଗ ପ୍ରଦାନ କରିବା ଯାହା ଫଳରେ ସେମାନେ ଉଗ୍ରବାଦକୁ ଫେରି ଯିବେ ନାହିଁ । Post navigation Manmath Routray: ମନ୍ମଥ ରାଉତରାୟଙ୍କ ବିରୋଧରେ ସାଇବର ଥାନାରେ ମାମଲା ରୁଜୁ