ଡିସେମ୍ବର ୧ ତାରିଖରୁ ବସ୍‌ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ ।ବସ୍‌ ବନ୍ଦ ଡାକରା ପ୍ରତ୍ୟାହୃତ ନେଇ ଘରୋଇ ବସ୍‌ ସଂଘର ସୂଚନା । ପରିବହନ ବିଭାଗ ସହ ଆଲୋଚନା ପରେ ପ୍ରତ୍ୟାହୃତ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ସଂଘ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିବା ନେଇ ପ୍ରେସ୍ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।

ସେ କହିଛନ୍ତି ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ । ନିଷ୍ପତ୍ତି ନେଇ ଅଧିକ ତର୍ଜମା ଓ ପରୀକ୍ଷଣ ସାପେକ୍ଷ ପ୍ରସ୍ତାବ ସହମତି ମିଳିଛି ।

ସୂଚନା ଯୋଗ୍ୟ; ରାଜ୍ୟ ସରକାରଙ୍କ ତରଫରୁ ଯାନବାହାନ ଚେକିଂ କରିବା ନିମନ୍ତେ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ବସ୍ ମାଲିକ ସଂଘ ତୀବ୍ର ବିରୋଧ କରିଥିଲା । ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସଂଘ ଦାବି କରିଥିଲା । ଯଦି ସରକାର ନିଜ ପ୍ରତିଶ୍ରୁତିରୁ ନ ଓହରନ୍ତି ତେବେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରାଯିବ ବୋଲି ସଂଘ ଚେତାବନୀ ଦେଇଥିଲା । ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ ଯେ, ଗାଡ଼ି ଯାଞ୍ଚ ଅଧିକାର ମିଳିଲେ ଧର୍ମଘଟକୁ ଓହ୍ଲାଇବୁ। ସେ କହିଥିଲେ, ସରକାର ପୋଲିସକୁ ଯେବେଠୋରୁ ଗାଡ଼ିମୋଟର ଯାଞ୍ଚ ଅଧିକାର ଦେବେ ସେବେଠୁ ଆନ୍ଦୋଳନ ହେବ।

ମାତ୍ର ପରବର୍ତ୍ତୀ ସମୟରେ ସଂଘ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସଂଘର ଏକ ପ୍ରତିନିଧି ମଣ୍ଡଳୀ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ତେବେ ରାଜ୍ୟ ସରକାର ପୋଲିସ ଦ୍ୱାରା ଗାଡ଼ି ଚେକିଂ ବ୍ୟବସ୍ଥା ଲାଗୁ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଫଳରେ ଡିସେମ୍ବର ୧ରୁ ହେବାକୁ ଥିବା ବନ୍ଦ ଡାକରା ପ୍ରସ୍ତାବ ପ୍ରତ୍ୟାହୃତ ହୋଇଛି ।

Leave a Reply

Your email address will not be published. Required fields are marked *